ସ୍ବପ୍ନରେ ଶ୍ରୀରାମ
![]() |
| Photo credit:https://www.cottage9.com |
ପୌଷ ର ଅନ୍ତିମ ଆଳସ୍ଯ ଓ ବର୍ଷା ଭିଜା ମଧ୍ଯ ରାତ୍ରି ର ଗଭିର ଗମ୍ଭୀରତା। ହେମାଳ ପରିବେଶ,ତୁହା କୁ ତୁହା ବର୍ଷା ର ନିଶାର୍ଦ୍ଧ । କେବଳ ଟୁପ୍ ଟାପ୍ ଶବ୍ଦ ଓ ହଲୁକା ଓ ଆକସ୍ମିକ ବିଜୁଳ୍ୟାଲୋକ ଝରକା ପରଦା ଭେଦି ସ୍ଥାନ ପରେ ପଡୁଥାଏ। କେଜାଣି କେତେବେଳୁ ଲାଇନ୍ କଟି କିଟିକିଟି ଅନ୍ଧାର। ନା ଶୁସ୍ବପ୍ନ ନା ଦୁ:ସ୍ବପ୍ନ। ଅଲଗା ଅନ୍ଦାଜ ର ଏକ ସ୍ବପ୍ନ ଟିଏ କେଜାଣି କାହିଁକି ଆସି ନିଶାସକ୍ତ ନିଦୁଟା କୁ ଭାଙ୍ଗି ଦେଲା। କମ୍ବଳ ଭିତରୁ ଉଠିବସିଲି। ପାଖ ରେ ଶୋଇଥିବା ପତ୍ନି ଓ ଝିଅ ଠୁସ୍ ଠୁସ୍ କରି ଗଭିର ନିଦ୍ରା ରେ ଅଭିଭୁତା। ଶୋଇ ବାକୁ ଚେଷ୍ଠା କରି ପାରିଲିନି।ଏପଟ ସେପଟ ହାତ ବୁଲାଇ ଚସମା ଓ ଟ୍ୟାବ୍ ସଂଗ୍ରହ କରି ସ୍ବପ୍ନ ଟିକୁ ଭଲ ଭବେ ମନେ ପକାଇ ଲେଖି ବାକୁ ଆରମ୍ଭ କଲି । ସ୍ବପନ ଟି ଥିଲା ଏହିପରି. ....
ଅସମ୍ଭବ ନିରବତା ଓ ଶୂନ୍ଯ ତା ମଧ୍ଯ ରେ ହଠାତ୍ ଆବିର୍ଭାବ ହେଲେ ସଦ୍ୟ ଚକ୍ଷୁର୍ର୍ଦ୍ତନିମିଳିତ ବାଳକ ରାମ । ନବନିର୍ମିତ ଭବ୍ୟ ମନ୍ଦିର । ଘଣ୍ଟ ଘଣ୍ଟା ମଙ୍ଗଳ ବାଦ୍ୟର ଆବାହନି ସାଙ୍ଗ କୁ ସ୍ବତନ୍ତ୍ର ଆମନ୍ତ୍ରିତ,ଚୟନ୍ବିତ ଓ ନିଓଜିତ ବ୍ରାହ୍ମଣ ପଣ୍ଡିତ ଙ୍କ ମନ୍ତ୍ରୋଚାରଣ । ହୋମ, ଧୁପ, ଦ୍ବୀପ, ନୈବେଦ୍ଯ,ଜଳ ଦାନ ଓ ଅନ୍ତିମ ବହୁପ୍ରତିକ୍ଷିତ ପ୍ରାଣ ପ୍ରତିଷ୍ଠା । ଅଗଣିତ ହିନ୍ଦୁ,ରାମ ଭକ୍ତ ଙ୍କ କର ସେବା, ଶ୍ରମ ତଥା ବଳିଦାନ, ଓ ଯଶସ୍ବି ପ୍ରଧାନମନ୍ତ୍ରୀ ଙ୍କ ବହୂ ଦିନର ତପସ୍ୟା ଓ ପଣ ର ଦିବ୍ୟ ପରିଣତି । ଏଥର ନୟନାଭିରାମ, ନବ କଞ ଲୋଚନ ରାମ। କୋଟି ହିନ୍ଦୁ ର ନୟନ ପିତୁଳା ରାମ ।ଚକ୍ଷୁର୍ମ୍ନିଳିତ ସମ୍ମୁଖରେ ଉଭା। ପ୍ରଧାନ ସେବକ ପ୍ରାଣ, ପ୍ରାଣପ୍ରତିଷ୍ଠାତା ଙ୍କ ଗଦ୍ ଗଦ୍ ମୁଁଖମଣ୍ଡଳ, ଜଳସ୍ପୁର୍ତ୍ତ ଚକ୍ଷୁ ଯୁଗଳ ରେ ଅବିଶ୍ବସନୀୟ ସମ୍ଭାବନା। ଷ୍ରାଷ୍ଠଙ୍ଗ ଦଣ୍ଡ ପ୍ରଣାମ। ଅପଲକ ଦ୍ରୁଷ୍ଟି, କରୁଣ ମନ।

Comments
Post a Comment